jsm

ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁଠାରେ ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଛି । ପୁରୁଣା ଦଳର ପାଣ୍ଠି ସଂଗ୍ରହ ଖାତାକୁ ଅନ୍ୟ ଏକ ନୂଆ ସଙ୍କୀର୍ତ୍ତନ ଦଳ ଚୋରି କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଆଠଗାଁ ମଦଭାଟି ମ୍ୟାନେଜର ଓ ସଙ୍କିର୍ତ୍ତନ ଦଳ ପୁଇଁନ୍ତଲା ଥାନାର ଦ୍ୱାରସ୍ଥ ହୋଇ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ସୂଚନା ଅନୁସାରେ ଆଠଗାଁର ଏକ ସଙ୍କୀର୍ତ୍ତନ ଦଳ ବହୁ ଦିନରୁ ମଦଭାଟି ଠାରୁ ଚାନ୍ଦା ସଂଗ୍ରହ କରୁଥିବା ବେଳେ ଚଳିତ ଥର ଗ୍ରାମରେ ଗଠନ ହୋଇଥିବା ଏକ ନୂଆ ଗୋଷ୍ଠୀ ସେହି ଖାତାକୁ ଚୋରାଇ ନେଇ ମ୍ୟାନେଜର ବିମ୍ବାଧର ସ୍ୱାଇଁଙ୍କଠାରୁ ଚାନ୍ଦା ଆଦାୟ କରିଥିଲେ । ଏହା ଜାଣିବା ପରେ ପୁରୁଣା ସଙ୍କୀର୍ତ୍ତନ ଦଳ ମ୍ୟାନେଜରଙ୍କୁ ଜଣାଇଥିଲେ ଏହା ଜାଣିବା ପରେ ସମସ୍ତେ ପୁଇଁନ୍ତଲା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସର ଉପସ୍ଥିତିରେ ସେମାନେ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.