jsm

ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଲା ସ୍କୁଟି : ମହିଳା ଗୁରୁତର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଇଛି ସ୍କୁଟି । ଫଳରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ପୋଲିସ ବିଭାଗରେ କାମ କରୁଥିବା ଉମା ଶଙ୍କର ବଗର୍ତ୍ତୀ(୩୦) ନିଜ ସ୍ତ୍ରୀ ରୋଜିରାଣୀଙ୍କ ସହ ଏକ ବାଇକ୍‌ରେ ତୁଷୁରାରୁ ବଲାଙ୍ଗିରକୁ ଆସୁଥିବା ସମୟରେ ବଲାଙ୍ଗିର କଳା ମଣ୍ଡଳ ମୁଖ୍ୟ ଗେଟ୍ ନିକଟସ୍ଥ ଡିଭାଇଡର୍ ନିକଟରେ ପଛ ପଟୁ ଆସୁଥିବା ଏକ ସ୍କୁଟି ଧକ୍କା ଦେଇଥିଲା । ଫଳରେ ରୋଜିରାଣୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ରୋଜିରାଣୀଙ୍କ ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ରୋଜିରାଣୀଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.