oom

ବାଇକ ସହ ସାଇକେଲ ଦୁର୍ଘଟଣା ଗସ୍ତ, ୩ ଗୁରୁତର

jsmm

ରାଜସୁନାଖଳା : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଉପରେ ରାଜସୁନାଖଳା ମହାବିଦ୍ୟାଳୟ ଅଳ୍ପ କିଛି ଦୂରତାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ ରାତି ପ୍ରାୟ ୧୧ଟା ସମୟରେ ରବି ଇଟା କମ୍ପାନୀ ନିକଟରେ ଏକ ମୋଟର ସାଇକେଲ ସହ ଏକ ସାଇକେଲ ଧକ୍କା ହୋଇଥିଲା ।

ମୋଟର ସାଇକେଲରେ ୨ ଜଣ ଯୁବକ ଥିବା ବେଳେ ସାଇକେଲରେ ମଧ୍ୟ ଜଣେ ବ୍ୟକ୍ତି ଥିଲେ । ତେବେ ଦୁର୍ଘଟଣା ଘଟିବା ପରେ ରାସ୍ତାର ଉଭୟ ପାଖରେ ଯାନବାହାନ ଅଟକି ରହିଥିବା ବେଳେ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ରାସ୍ତାରେ ଅଟକିଥିବା ଯାନବାହାନକୁ ଛାଡିବା ସହ ସୁନାଖଳା ଫାଣ୍ଡି ଗାଡିରେ ବାଇକରେ ଥିବା ଦୁଇଜଣଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । କୌଣସି ବ୍ୟକ୍ତିଙ୍କର ପରିଚୟ ମିଳିପାରି ନଥିବା ବେଳେ ସାଇକେଲ ଆରୋହୀ ଜଣଙ୍କ ରାଜସୁନାଖଳାର ବୋଲି ଅନୁମାନ କରାଯାଉଛି ।

jittmm
Leave A Reply

Your email address will not be published.