
ଆନନ୍ଦପୁର : ଆନନ୍ଦପୁର ଥାନା ଅନ୍ତର୍ଗତ ବିଏନ୍ ହାଇ ସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ର ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ର ଜଂଘାର ଗାଁର ରୁଦ୍ର ନାରାୟଣ ଘଡେଇ ବୋଲି ସୂଚନା ମିଳିଛି ।
ସୂଚନା ମୁତାବିକ, ଆଜି ସକାଳେ ବାଇକରେ ଛାତ୍ର ଜଣକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ବିଏନ୍ ହାଇ ସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।