ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତାତ୍ମକ ଏବଂ ସାମାଜିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସ୍ୱର୍ଣ୍ଣପ୍ରଭା ପଲେଇଙ୍କ ସଭାପତିତ୍ୱ, ସଂପାଦକ ପୁଷ୍ପଲତା ବିଶ୍ୱାଳଙ୍କ ଆବାହକତ୍ୱ ଓ ମମତାଞ୍ଜଳି ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ପ୍ରେମା ଦାସ, ଶିକ୍ଷାବିତ୍ ସନ୍ଥମା ପିଲାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, କବି କୁଞ୍ଜବିହାରୀ ରାଉତ, ଅମ୍ରିତା ନୀଲମ, ନୃତ୍ୟଗୁରୁ ସୁବ୍ରତ ଭୂୟାଁ, ଆଶୁତୋଷ ଓ ସହଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଏକାଗ୍ରତା, ଦକ୍ଷତାକୁ ଗୁରୁତ୍ବାରୋପ କରିବା ସହ ନାରୀର ଶକ୍ତିର ସଠିକ ଉପଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଲେଡିଲାୟନ, ଆସ୍ଥା, ସାହାଜାଦ, ଦେବୀ ଦତ୍ତ ଓ ନରେଶ ଗୋଏଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆରତୀ ନୃତ୍ୟ ଓ ପିଠା ପ୍ରତିଯୋଗିତା ତଥା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରଶ୍ମିରାଣୀ ନାୟକ, ସୁନିତା ବିଶ୍ବାଳ, ଋପାଜ୍ୟୋତି ରେଡ୍ଡି, ଶ୍ବେତା ରାଉତ, ଦୀପ୍ତି ନାୟକ, ବିଶ୍ୱରୂପା, ପଦ୍ମାରାଣୀ ବେହୁରିଆ, ମୀନତି ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post