centurian jitm

ଗୋପାଳପୁର ବନ୍ଦର ପକ୍ଷରୁ “ମା ହାଣ୍ଡିଶାଳ” କାର୍ଯ୍ୟକ୍ରମ ଶୁଭାରମ୍ଭ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ପକ୍ଷରୁ “ମା ହାଣ୍ଡିଶାଳ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଛତ୍ରପୁର ନିକଟସ୍ଥ ଗୋପାଳପୁର ବନ୍ଦର ଅଞ୍ଚଳର ସ୍ଥାନୀୟ ଅଧିବାସୀ ମହିଳାମାନଙ୍କୁ ସ୍ଵାବଲମ୍ବୀ ତଥା ଆର୍ଥିକ ଭାବେ ସ୍ୱଚ୍ଛଳ କରିବା ଉଦ୍ଦେଶ୍ୟ ନେଇ ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ ବିଭାଗ ଏବଂ ମହିମା ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ପ୍ରୟାସରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନର ଅଭିନବ ପ୍ରୟାସ “ମା ହାଣ୍ଡିଶାଳ” ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ କରାଯାଇଛି । ଛତ୍ରପୁର ବ୍ଲକ୍ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମରେ ଏହି ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.ଜେ. ରାଓ ଯୋଗଦେଇ ମହିମା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବିଭିନ୍ନ ରନ୍ଧନ ଉପକରଣ, ଗ୍ୟାସଚୁଲା ଏବଂ ପରିବେଷଣ ସାମଗ୍ରୀ ଇତ୍ୟାଦି ମହିଳାମାନଙ୍କୁ ଯୋଗାଇ ଦେଇଛନ୍ତି ।
ମହିଳାମାନଙ୍କ ମଧ୍ୟରେ ରୋଷେଇ କରିବାର ପୂର୍ଣ୍ଣ ଦକ୍ଷତା ଥିଲେ ମଧ୍ୟ ରନ୍ଧନ ଉପକରଣ ଏବଂ ବୃହତ ବାସନକୁସନ ଆଦି ଆବଶ୍ୟକୀୟ ପାତ୍ର, ଡେକଚି, କଡେଇ ଆଦି ନଥିବାରୁ ଖାଦ୍ୟ ପ୍ରସ୍ତୁତ କରିବାରେ ଗୃହିଣୀ ମହିଳାମାନଙ୍କୁ ରନ୍ଧନକ୍ଷେତ୍ରରେ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଥିଲା । ଏବେ ଏହି ରନ୍ଧନ ସାମଗ୍ରୀ ବଣ୍ଟନ ଦ୍ୱରା ମହିଳାମାନେ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିବା ସାହ ରୋଜଗାର କ୍ଷମ ହେବାରେ ସକ୍ରୀୟ ହୋଇପାରିଲେ ଏବଂ ଯଥେଷ୍ଟ ସହାୟକ ହୋଇପାରିଲେ ବୋଲି ମତ ପ୍ରକାଶ ପାଇଛି ।
ଏହି ଅବସରରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. ଜେ. ରାଓ କହିଛନ୍ତି ଯେ, ମହିଳାମାନଙ୍କ ସଶକ୍ତିକରଣ ବିନା କୌଣସି ଘର, ସାହି, ନଗର, ବସ୍ତି, ସମାଜ, ରାଜ୍ୟ କିମ୍ବା ଦେଶ ଆଗକୁ ବଢି ପାରିବ ନାହିଁ ବୋଲି ଶ୍ରୀ ରାଓ ସୂଚାଇ ଥିଲେ । ସ୍ଥାନୀୟ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଏହି “ମା ହାଣ୍ଡିଶାଳ” କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ବୋଲି ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଏହି ପ୍ରୟାସ ଯୋଜନା ଆଗାମୀ ଦିନରେ ବ୍ୟାପକ କରାଯିବ ଏବଂ ଅଧିକରୁ ଅଧିକ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି କୁହାଯାଇଛି । ଯାହାକି ନିଜର ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ସହ ସମାଜର ପ୍ରଗତିରେ ନିଜକୁ ସାମିଲ କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଭଦ୍ରମଣ୍ଡଳୀ, ଗ୍ରାମବାସୀ, ବୁଦ୍ଧିଜୀବୀ ଓ ବନ୍ଦର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!