pakka

ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ସୁଦପଡାଠାରେ । ଏନେଇ ସ୍ୱାମୀ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହର ଖଲିଆପାଲିର ରାଜେଶ କାଲସାଏ ସୁଦପଡାର କଲ୍ୟାଣୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ରାଜେଶ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରେ ସୁଦପଡାରେ ରହିଆସୁଥିଲେ । ଗତ ୨୭ ତାରିଖ ଦିନ ତାଙ୍କର ସ୍ତ୍ରୀ ଘରେ ଥିବା ୩୫ ହଜାର ଟଙ୍କା ଧରି କୁଆଡେ ଫେରାର ମାରିଥିବା କହିଛନ୍ତି ସ୍ୱାମୀ ରାଜେଶ । ବହୁ ଖୋଜାଖୋଜି କଲା ପରେ ମଧ୍ୟ ସ୍ତ୍ରୀଙ୍କ ପତ୍ତା ମିଳିପାରିନାହିିଁ । ତେବେ କଲ୍ୟାଣୀ ଜଣେ ଯୁବକଙ୍କ ସହିତ ସମ୍ପର୍କୀୟ ଭାଇ ବୋଲି କହି ବାରମ୍ବାର କଥା ଲାଗୁଥିବା ବେଳେ ସେ ତାଙ୍କ ସହିତ ଫେରାର ହୋଇଥାଇ ପାରନ୍ତି ବୋଲି ସ୍ୱାମୀ ରାଜେଶ ସନ୍ଦେହ କରୁଥିବା କହିଛନ୍ତି । ଏନେଇ ସେ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ପତ୍ନୀଙ୍କୁ ଖୋଜି ଆଣିବାକୁ ସେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

20 − ten =

error: Content is protected !!