![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ସାମାରୋହ ଛତ୍ରପୁରଠାରେ ରବିବାର ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସହକାରେ ପାଳିତ ହୋଇଯାଇଛି । ଛତ୍ରପୁର ଲୱେର ବସଷ୍ଟାଣ୍ଡଠାରେ ଆୟୋଜିତ ସକାଳୁଆ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୌର ଉପାଧ୍ୟକ୍ଷ ଜି.ପାପାରାଓ, ବିଜେଡ଼ି ନଗର ସଭାପତି ବି.ରାଜିବାବୁ, ଉପସଭାପତି ଅଟଳବିହାରି ପଟ୍ଟନାୟକ, ଛତ୍ରପୁର ନଗର ଯୁବ ବିଜେଡ଼ି ସଭାପତି ସନମୁଖ ପଟ୍ଟନାୟକ, ଆଡଭୋକେଟ ସିମାଞ୍ଚଳ ମହାପାତ୍ର, ଛତ୍ରପୁର ଏନ୍.ଏ.ସି. କାଉନସିଲରଗଣ, ବିଜେଡ଼ି ଦଳୀୟ ନେତ୍ତୃବର୍ଗ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ କଳିଙ୍ଗର ବରପୁତ୍ର ବିଜୁପଟ୍ଟନାୟକଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।