csstore

ନିଆଁଖୁଣ୍ଟାର ସମ୍ପାଦକ କବି ଗୋଦାବରୀଶ ମହାପାତ୍ରଙ୍କ ୫୫ତମ ଶ୍ରାଦ୍ଧଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିଆଁଖୁଣ୍ଟାର ସମ୍ପାଦକ ତଥା କବି ଗୋଦାବରୀଶ ମହାପାତ୍ର ଜଣେ ମାନବବାଦୀ କବି ଭାବେ ଓଡ଼ିଆ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି । ତାଙ୍କରି କଲମ ସବୁବେଳେ ସାଧାରଣ ମଣିଷର ବ୍ୟଥା ଓ କଥା କହିବା ପାଇଁ ଚଳଚଂଚଳ ଥିଲା ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କବି ଗୋଦାବରୀଶ ମହାପାତ୍ରଙ୍କ ୫୫ତମ ଶ୍ରାଦ୍ଧଦିବସ ପାଳନ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ସାହିତ୍ୟ-ସଂସ୍କୃତି ଗବେଷକ ଇଂ. ଉପେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଇଂ. ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କବି ଗୋବାରୀଶ ମହାପାତ୍ରଙ୍କ ଜୀବନାଦର୍ଶ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କବି କପିଳ ଚନ୍ଦ୍ର ମହାନ୍ତି, ସାହିତ୍ୟିକ ସୁଶାନ୍ତ କୁମାର କର, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, ଆଇନଜୀବୀ ପ୍ରଣବ ପାଢ଼ୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ସତ୍ୟ ନାରାୟଣ ରଣା, ନବୀନର ପ୍ରକାଶିକା ମଂଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.