୨୨ଦଫା ଦାବୀ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ଡାକରା : କଂଟାବାଂଜିରେ ଦୁଇ ଚକିଆ ଯାନ ଚଳାଚଳ, ଡେଲି ମାର୍କେଟ ସ୍ୱଭାବିକ : କୋର୍ଟ କଚେରୀ, ସରକାରୀ କାର୍ଯ୍ୟାଳୟ ସହ ବ୍ୟାଙ୍କ, ଦୋକାନ ବଜାର ବନ୍ଦ

କଂଟାବାଂଜି, (ମନିଶ କୁମାର ହଂସ) : ମୋଦୀ ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନ କ୍ରମେ କଂଟାବାଂଜି ସହରରେ ମଧ୍ୟ ଗୁରୁବାର ଦିନ ବନ୍ଦ ପାଳିତ ହୋଇଛି । ସକାଳ ସାଢେ ୬ଟାରୁ ସ୍ଥାନୀୟ ଇଂଦିରା ଛକ ନିକଟରେ ଟାୟର ଜାଳି ବଲାଙ୍ଗିର-କଂଟାବାଂଜି-ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ.୪୨କୁ ଅବରୋଧ କରା ଯାଇଥିବାରୁ ଯାତାୟତ ବନ୍ଦ ରହିଥିଲା । ଦୁଇ ଚକିଆ ଯାନ ଏବଂ ଡେଲିମାର୍କେଟ ସ୍ୱାଭାବିକ ଥିବା ବେଳେ ସହରର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ତହସିଲ ଅଫିସ ଓ ସମସ୍ତ ବ୍ୟାଙ୍କ ଏବଂ ବୀମା କାର୍ଯ୍ୟାଳୟ ବନ୍ଦ ରହିଥିଲା । ଜରୁରୀକାଳୀନ ସେବାରେ କୌଣସି ପ୍ରଭାବ ପଡି ନଥିଲା । କେନ୍ଦ୍ରୀୟ ଶ୍ରମିକ ସଂଗଠନର ୨୨ ଦଫା ଦାବୀ ମଧ୍ୟରେ ପେଟ୍ରୋଲ/ଡିଜେଲ, ରନ୍ଧନ ଗ୍ୟାସ ଓ େଓøଷଧର ଦରଦାମ ନିୟନ୍ତ୍ରଣ କରି ସାର୍ବଜନୀନ ଗଣ ବଂଟନ ବ୍ୟବସ୍ଥାକୁ ସୁଦୃଢ କରାଯାଉ, ନୂତନ କର୍ମ ନିଯୁୁକ୍ତି ବ୍ୟବସ୍ଥା କରାଯାଉ ନଚେତ ବେକାରୀ ଭତା ଦିଆଯାଉ, ୨୦୨୦ ବିଦ୍ୟୁତ ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଓ ନୁଆ ଶିକ୍ଷାନୀତି-୨୦୨୦ ଆଇନ ପ୍ରତ୍ୟାହାର କରାଯାଉ, ନ୍ୟୁନତମ ଦରମା ଟ. ୨୧,୦୦୦-/ ଓ ପେନସନ ଟ.୧୦,୦୦୦/- ସହିତ ସମସ୍ତଙ୍କୁ ଇ.ପି.ଏଫ ଓ ଇ.ସ.ଆଇ.ରେ ଅନ୍ତର୍ଭୁକ କରାଯାଉ, ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉ, ଆୟକର ଦେଉନ ଥିବା ସମସ୍ତ ଗରିବ ପରିବାରଙ୍କୁ ୬ ମାସ ପର୍ଯ୍ୟନ୍ତ ଟ.୭୫୦ଙ୍କା ସହାୟତା ଓ ମୁଣ୍ଡପିଛା ୧୦ କେ.ଜି. ଚାଉଳ ଦିଆଯାଉ, ଶ୍ରମିକି ବିରୋଧୀ ଶ୍ରମ କୋର୍ଟକୁ ପ୍ରତ୍ୟାହାର କରାଯାଉ, କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ, ମନରେଗା ଦିନକୁ ୬୦୦ଟଙ୍କା ଓ ବର୍ଷକୁ ୨୦୦ ଦିନର କାମ ଦିଆଯାଉ, ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇକରଣ ବନ୍ଦ କରାଯାଉ, ବ୍ୟାଙ୍କ, ବୀମା, କୋଇଲା, ରେଲ, ପ୍ରତିରକ୍ଷାର ଘରୋଇକରଣ ବନ୍ଦ କରାଯାଉ, କୋଭିଡ ଯୋଦ୍ଧାମାନଙ୍କ ସହ ଆଶା, ଆଙ୍ଗନୱାଡି, ଏ.ଏନ.ଏମ.କର୍ମୀ, ଖବର କାଗଜ ବାଂଟୁଥିବା ଶ୍ରମିକମାନଙ୍କୁ ନିରାପଦ ଜନକ ପୋଷାକ ଓ ୫୦ଲକ୍ଷ ଟଙ୍କାର ବୀମାଭୁକ୍ତ କର, କେନ୍ଦୁପତ୍ର, ବିଡି ଓ ଏଲ.ଆଇ.ସି. ପ୍ରିମିୟମରୁ ଜି.ଏସ.ଟି ପ୍ରତ୍ୟାହାର କରାଯାଉ, ସ୍ୱାସ୍ଥ୍ୟ ସେବା, ଅଇ.ସି.ଡି.ଏସ. ମଧ୍ୟାହ୍ନ ଭୋଜନକୁ ଘରୋଇକରଣ ବନ୍ଦ କରାଯାଉ, କାମ କରିବା ସମୟ ୭ ଘଂଟା ପରିବର୍ତେ ୧୨ ଘଂଟା ନିଷ୍ପତି ପ୍ରତ୍ୟାହାର କରାଯାଉ, ବୋନସ ଓ ଗ୍ରାଚ୍ୟୁଟିରେ ଥିବା ସୀମା ବାତିଲ କରିବା ସହ ତାର ପରିମାଣ ବୃଦ୍ଧି କରାଯାଉ, ଆବେଦନର ୪୫ ଦିନ ମଧ୍ୟରେ ୟୁନିୟନର ପଞ୍ଜିକରଣ କରାଯାଉ, ଜୋର ଜବର୍‌ ଜମି ଅଧିଗ୍ରହଣ ବନ୍ଦ କରିବା ସହ ୨୦୧୩ ଜମି ଅଧିଗ୍ରହଣ ଆଇନକୁ କାର୍ଯ୍ୟକାରୀ କରାଯାଉ, ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହ ସାମାଜିକ ସୁରକ୍ଷ ବ୍ୟବସ୍ଥା ପ୍ରଦାନ କରାଯାଉ, ଉଭୟ ମହିଳା ଓ ପରୁଷଙ୍କୁ ସମାନ କାମକୁ ସମାନ ମଜରୁୀ ଦେବା ସହିତ ସାମାଜିକ ସୁରକ୍ଷା ଦିଆଯାଉ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନର୍ସ ମାନଙ୍କ ମହାଙ୍ଗ ଭତା ପ୍ରଦାନ କ୍ଷେତ୍ରରେ ଥିବା କଟକଣାକୁ ଉଙ୍ଖାଇ ଦିଆଯାଉ ଆଦି ଦାବୀରେ ଓଡିଶା ନିର୍ମାଣ ଶ୍ରମିକ ସଂଘ ବଲାଙ୍ଗିର ଜିଲ୍ଲା କମିଟି କଂଟାବାଂଜି ଶାଖା ସଭାପତି ଗୋପାଲ ଭୋଇଙ୍କ ନେତୃତ୍ୱରେ କଂଟାବାଂଜିରେ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନରେ ପାଚିକା ସଂଘର ଜିଲ୍ଲା ସଭାପତି ପାଣ୍ଡବ ଭୋଇ, ସି.ପି.ଆଇ. ନେତା ଉତମ ମଲ୍ଲିକ, ସଂକୀର୍ତ୍ତନ ରଣା, ଶଶିକାନ୍ତ ରଣା, ସୁବାସ କୁଅଁର ସହ ଅନେକ ଆନ୍ଦୋଳନକାରୀ ସାମିଲ ଥିଲେ । କୋଭିଡ-୧୯ର କଟକଣା ଥିବା ସତ୍ୱେ ବନ୍ଦ ପାଳନ ସହ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବାରୁ ସ୍ଥାନୀୟ ପୋଲିସ ପ୍ରଶାସନ କଡା ସୁରକ୍ଷା ମଧ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.