ପଦ୍ମପୁର-ଗାଇସିଲେଟ ପୂର୍ତ୍ତବିଭାଗ ସେତୁରେ ବାଡ ନିର୍ମାଣ ନିମନ୍ତେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁରରୁ ଗାଇସିଲେଟ ଯିବା ରାସ୍ତାରେ ଥିବା ସେତୁରେ ବାଡ ନିର୍ମାଣ ନିମନ୍ତେ ଦାବୀ କରାଯାଇଛି । ସୂଚନା ଅନୁସାରେ ଏହି ରାସ୍ତାରେ ଥିବା ସେତୁ ଉପରେ ବାଡା ଅଛି, ହେଲେ ଛୋଟ ବାଡା ରହିଛି; ଯାହାକି ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି । ଲେଚମାନେ ମଧ୍ୟ ଯିବା ଆସିବା କରିବା ପାଇଁ ଭୟଭୀତ ହେଉଛନ୍ତି । କାଳେ କୌଣସି ଅଘଟଣ ଯଦି ଘଟେ, ତେବେ ସିଧା ତଳକୁ ଖସି ପଡିବାର ସମ୍ଭାବନା ମଧ୍ୟ ରହିଥିବା ବେଳେ ବର୍ତ୍ତମାନ ଅନେକ ଲୋକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କେବେ ଦୃଷ୍ଟି ପଡ଼ିବ ପ୍ରଶାସନର ଏହି ବାଡ଼ ଉପରେ ।

Leave A Reply

Your email address will not be published.