ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଟଳି ପଡିଲା ମାଓ କମାଣ୍ଡର ସନ୍ତୋଷ

ମାଲକାନଗିରି : ସବୁବେଳେ ଚର୍ଚ୍ଚାରେ ରହେ ମାଲକାନଗିରି ଜିଲ୍ଲା । ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଲାଗି ରହିଥିବା ବେଳେ ଛତିଶଗଡ ସୀମାନ୍ତରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଜୋରଦାର ଚାଲିଥିଲା ଗୁଳି ବିନିମୟ । ଶେଷରେ ପୁଲିସ୍‌ ଗୁଳିରେ ମାଓ କମାଣ୍ଡର ସନ୍ତୋଷ ପୋଡିଆମୀ ଟଳି ପଡିଥିଲା । ଘଟଣା ସ୍ଥଳରେ ବିପୁଳ ପରିମାଣର ମାଓ ଅସ୍ତ୍ରସସ୍ତ୍ର ଜବତ କରିଛି ପୁଲିସ । ମାଓ କମାଣ୍ଡର ସନ୍ତୋଷ ପୁଲିସ ଏଏସଆଇ ମୃତ୍ୟୁ ଘଟଣା ସହ ଆଉ ମଧ୍ୟ ବହୁ ଚର୍ଚ୍ଚିତ ହିଂସା କାଣ୍ଡରେ ଜଡିତ ରହିଥିଲା ବୋଲି ସୂଚନାରେ କୁହାଯାଇଛି । ତେବେ ଏସ୍‌ପି ସୂଚନା ଦେଇଛନ୍ତି ଯେ, ଏହି ଅପରେସନରେ ଆଉ ମଧ୍ୟ ମାଓବାଦୀ ମୃତ ହୋଇଥିବାର ଆଶଙ୍କା କରାଯାଉଛି । ସେଥିପାଇଁ ଅପରେସନକୁ ଆହୁରି ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.