ସାଉଦି ଆରବ ନେତୃତ୍ୱାଧୀନ ଓଆଇସିରେ ପାକିସ୍ତାନକୁ ଝଟ୍‌କା : କାଶ୍ମୀର ଉପରେ କୌଣସି ଚ‌ର୍ଚ୍ଚା ନାହିଁ

ଇସଲାମାବାଦ : ଅନ୍ତର୍ଜାତୀୟ ସ୍ତରରେ ପୁଣିଥରେ ଭାରତ ବିରୋଧରେ ବାତାବରଣ ସୃଷ୍ଟି କରିବାକୁ ପାକିସ୍ତାନ ଚେଷ୍ଟା କରୁଛି । ଇସଲାମିକ ସହଯୋଗ ସଂଗଠନ (ଓଆଇସି)ର ବୈଦେଶିକ ମନ୍ତ୍ରୀ ବୈଠକର ଏଜେଣ୍ଡାରେ କାଶ୍ମୀର ପ୍ରସଙ୍ଗ ନାହିଁ । ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ମଧ୍ୟ ଜୋର୍‌ ଝଟ୍‌କା ଲାଗିଛି ।

ଓଆଇସି ସରକାରୀ ବିବୃତ୍ତି ଜାରି କରିଛି, ​​ଯେଉଁଥିରେ କାଶ୍ମୀର ପ୍ରସଙ୍ଗ ଉଲ୍ଲେଖ କରାଯାଇ ନାହିଁ । ଓଆଇସି ସେକ୍ରେଟେରୀ ଜେନେରାଲ୍ ୟୁରୁଫ୍ ଅଲ-ଓଥାଇମାଇନ୍ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଶାନ୍ତି ଏବଂ ବିକାଶ ପାଇଁ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ଅନୁ‌ଷ୍ଠିତ ହୋଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି, ‘ପାଲେଷ୍ଟାଇନ ଭଳି ପ୍ରସଙ୍ଗ, ହିଂସା ବିରୋଧରେ ଯୁଦ୍ଧ, ମୌଳିକତା ଏବଂ ଆତଙ୍କବାଦ, ଇସଲାମୋଫୋବିୟା ଏବଂ କାଉନସିଲ୍ ମୁସଲିମ ସଂଖ୍ୟାଲଘୁ ତଥା ଅଣ-ସଦସ୍ୟ ରାଷ୍ଟ୍ରଙ୍କ ପରିସ୍ଥିତି ବ୍ୟତୀତ ଧର୍ମକୁ ଅପମାନ କରିବା, ଅନ୍ତର୍ଜାତୀୟ କୋର୍ଟରେ ରୋହିଙ୍ଗ୍ୟାଙ୍କ ପାଇଁ ପାଣ୍ଠି ସଂଗ୍ରହ ଆଲୋଚନା ହେବ ଜ୍ଝ

ଏଥି ସହିତ ପାକ୍ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ଗତ ବର୍ଷ ଅଗଷ୍ଟ ୨୦୧୯ ରେ ୩୭୦ ଆର୍ଟିକିଲ୍ ହଟାଯିବା ପରେ କୁରେଶୀ ଜାମ୍ମୁ କାଶ୍ମୀରରେ ‘ସଯକଔମୟ ମାନବିକ ଅଧିକାର ଏବଂ ମାନବିକ ସ୍ଥିତି’ ଉପରେ ଆଲୋଚନା କରିବେ । ଉଲ୍ଲେଖନୀୟ କଥା ହେଉଛି, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ପାକିସ୍ତାନର ସମ୍ପର୍କ ପୂର୍ବରୁ ତିକ୍ତ ରହି ଆସିଛି । ଏପରିକି ସାଉଦି ଆରବ ପାକିସ୍ତାନକୁ ୩ ବିଲିୟନ ଡଲାର ଋଣ ଦାବୀ କରିଛି । ଏଥି ସହିତ ୟୁଏଇ ପାକିସ୍ତାନ ସମେତ ଅନେକ ଦେଶର ନାଗରିକଙ୍କୁ ଭିସା ପ୍ରଦାନ ବନ୍ଦ କରି ଦେଇଛି ।

Leave A Reply

Your email address will not be published.