ଆଜି ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବାନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଏବଂ ପୁରୀ ଜିଲ୍ଲାରୁ ୪ ଜଣ, ଭୁବନେଶ୍ୱରରୁ ୩ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ ଓ କଳାହାଣ୍ଡି, ମୟୁରଭଂଜ ଏବଂ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ତେବେ ଦୁଃଖର ବିଷୟ ଯେ, କରୋନା ସଂକ୍ରମଣ କମି କମି ଚାଲିଥିଲେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମୁ ନଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.