jsm

ନାଲକୋ ଦ୍ୱାରା ସ୍ୱେଛାକୃତ ରକ୍ତଦାନ ଶିବିର : ୬୮ ୟୁନିଟ ରକ୍ତ ସଂଗୃହିତ

csstore

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ନାଲକୋ ନଗରଠାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ମାନ୍ୟତା ପ୍ରାପ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଏବଂ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନାଲକୋ ମହିଳା ସମିତିର ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିର ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତଥା ଆଗାମୀ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ଗତ ଫେବୃଆରୀ ୨୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।

କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏହି ରକ୍ତଦାନ ଶିବିରକୁ ନାଲକୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ରଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଉଭୟ ନାଲକୋର କର୍ମଚାରୀ ତଥା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀ ଓ ପରିବାର ବର୍ଗ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ସହଯୋଗରେ ସମୁଦାୟ ୬୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

yuvodaya
Leave A Reply

Your email address will not be published.