ବଣ ପାହାଡ ଘେରା ଦୁର୍ଗମ ଅଂଚଳରେ ପିଡିଏସ୍‌ ଚାଉଳ ବଣ୍ଟନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଦୁର୍ଗମ ପାହାଡିଆ ଅଂଚଳ ସୁନାବେଡା ଓ ଶୋଷେଙ୍ଗ ଗ୍ରାମ ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା ଯୋଗଦାନ କରି ଉଦ୍‌ଘାଟନ କରିଥିଲେ । ତାଙ୍କ ସହିତ ସୁନାବେଡା ଓ ଶୋଷେଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ଶୋଷେଙ୍ଗ ଗ୍ରାମ ପଂଚାୟତର ଭାସିଲ ଗାଁର ଗ୍ରାମବାସୀ ଓ ସୁନାବେଡା ଗ୍ରାମ ପଞ୍ଚାୟତର ଝରଲାମ, ଉପକାପାନୀ, ଶିବନାରାୟଣପୁର, ରାଜା କେନ୍ଦୁପଡା ଓ କମାଖୋଜ ଗ୍ରାମର ଶତାଧିକ ଲୋକମାନେ ରହି ଚାଉଳ ସୁବିଧା ପାଇଥିଲେ । ସେମାନେ ପ୍ରଥମ କରି ଦୁର୍ଗମ ଅଂଚଳରେ ବିଡ଼ିଓ ମହାଶୟଙ୍କୁ ଦେଖି ଖୁସି ଅନୁଭବ କରିଥିଲେ । ନୂଆପଡା ଜିଲ୍ଲାର ସୁନାବେଡା ଏକ ଦୁର୍ଗମ ଓ ପାହାଡିଆ, ଅଧିବାସୀ ଅଂଚଳ, ସେଠି ଗମନାଗମନ ଅସୁବିଧା ହୁଏ । ସେହି ସ୍ଥାନକୁ ଯାଇ ବିଡ଼ିଓ ମହାଶୟ ଆଦିବାସୀମାନଙ୍କ ମୁହଁରେ ହସ ଫୁଟାଇ ଥିବାରୁ ଅଂଚଳବାସୀ ଖୁସି ହେବା ସହ ସରକାରଙ୍କ ସମସ୍ତ ଯୋଜନାର ସୁବିଧା କରିବା ପାଇଁ ବିଡ଼ିଓ ମହାଶୟଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.