୨୫ରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌

କଟକ : କଟକରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌ । ୨୫ତାରିଖ ଦିନ ଗଡଖାଇ ନିକଟରେ ରାଜ୍ୟପାଳ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟୁଜିୟମ୍‌ରେ ରହିବ ବିଚାର ବିଭାଗ ଇତିହାସ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଠାରୁ ଆରମ୍ଭ କରି ବ୍ୟବହୃତ ହେଉଥିବା ବିଭିନ୍ନ ଷ୍ଟାମ୍ପ, ସାମଗ୍ରୀ ସବୁର ଫଟୋଚିତ୍ର ଓ ବିବରଣୀ ରହିବ । କେବେ କେମିତି ନ୍ୟାୟ ବ୍ୟବସ୍ଥା ଥିଲା, ତା’ର କିପରି ପରିବର୍ତ୍ତନ ହୋଇଛି ଇତ୍ୟାଦିର ସମସ୍ତ ତଥ୍ୟ ଏଠାରେ ସ୍ଥାନିତ ହେବ । ଇନ୍‌ଟାକ୍‌ ପକ୍ଷରୁ ଏହାର ସଂରକ୍ଷଣ କରାଯାଇଛି ।

Leave A Reply

Your email address will not be published.