ତାଜିକିସ୍ତାନରେ ଭୂମିକମ୍ପ

ବେଜିଂ : ଆଜି ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡିଛି । ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି । ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ(ଟଝଏଝ) ଏହି ସୂଚନା ଦିଆଯାଇଛି । ସକାଳ ପ୍ରାୟ ୫.୩୭ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା । ଆଫଗାନିସ୍ତାନ ଓ ଚୀନ ବର୍ଡରକୁ ଲାଗି ରହିଥିବା ଗୋର୍ଣୋ ବଦକଶନ ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିଲା ବୋଲି ଭୂବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

Leave A Reply

Your email address will not be published.