ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ବାଲିଯୋଡି ଗାଁ ଛକରେ ଥିବା ହମ୍ପସ୍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, କେନ୍ଦୁଝର ଅଞ୍ଚଳର ମୁନା ଦାଶ ଆଜି ଭୋର ସମୟରେ ବୁଲେଟ୍‌ରେ କେନ୍ଦୁଝରରୁ ଆନନ୍ଦପୁର ପଟକୁ ଯାଉଥିଲେ । ଏତିକି ବେଳେ ବାଲିଯୋଡି ନିକଟରେ ଏକ ଟ୍ରକ୍ ପଛରେ ପିଟିହୋଇ ପଡ଼ିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିିଁ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.