pakka

ଅଟୋରୁ ଗଞ୍ଜେଇ ଜବତ

bbehera

ସାନଖେମୁଣ୍ଡି : ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬ ଛଣମେରି ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ଅଟୋରୁ ପାଟପୁର ପୋଲିସ ୧୩୬ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏଥିସହ ଅଟୋ ଡ୍ରାଇଭର ସହ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬ ଛଣମେରି ଆଦର୍ଶ ବିଦ୍ୟାଳୟ ନିକଟରେ ପାଟପୁର ପୋଲିସ ମଙ୍ଗଳବାର ସକାଳେ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଉକ୍ତ ରାସ୍ତାରେ ଏକ ଅଟୋ ଯାଉଥିବା ବେଳେ ପୋଲିସ ସନ୍ଦେହ କରି ଗାଡିକୁ ଅଟକାଇଥିଲା । ଅଟୋକୁ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା । ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ବେହେରାଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଯାହାକି ୧୩୬ କେଜି ୧୦୦ ହୋଇଥିଲା । ଗଞ୍ଜେଇ ସହ ଅଟୋକୁ ପୋଲିସ ଜବତ କରିଥିଲା । ଏଥିସହ ଅଟୋ ଚାଳକ ପି ଦ୍ରୋଣ ଦୋରା ଓରଫ ଭିକାରୀ, ମହାରାଷ୍ଟ୍ରର ଅମ୍ବିକା ବାଇ ନାଭାନାଥଙ୍କୁ ପୋଲିସ ଗିରଫ କରିଛି । ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ବ୍ରହ୍ମପୁର ଗଞ୍ଜେଇ ଅଟୋ ଯୋଗେ ଚାଲାଣ ହେଉଥିଲା ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

19 − three =