ଟ୍ରକ୍‌ ଧକ୍କାରେ ୫ ବର୍ଷର ନାବାଳିକା ମୃତ

ନୂଆପଡା, (ନିରାକାର ମେହେର) : ଟ୍ରକ୍‌ ଧକ୍କାରେ ୫ ବର୍ଷର ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥ ସାନମହେଶ୍ୱର ଗାଁ ନିକଟରେ ଏହି ଅଘଟଣ ଘଟିଛି । ମୃତ ନାବାଳିକା ଜଣକ ହେଲେ ହର ସୁନାନୀଙ୍କ ଝିଅ ଡିମ୍ପଲ ସୁନାନୀ । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟାରେ ଏକ ଟ୍ରକ୍‌ ଆସି ପଛ ପଟୁ ଡିମ୍ପଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌କୁ ଅଟକ ରଖିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିଛି । ଉତ୍ୟକ୍ତ ଲୋକେ ମୃତକ ପରିବାରଙ୍କୁ କ୍ଷତିପୂରଣ ଦାବୀ କରି ୩୫୩ ଜାତୀୟ ରାଜପଥରେ ରାସ୍ତା ରୋକ୍ କରିଥିବା ଜଣାପଡିଛି ।

Leave A Reply

Your email address will not be published.