ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସରକାରଙ୍କ ପକ୍ଷରୁ ‘ମିଶନ ଶକ୍ତି କାଫେ’ ଖୋଲାଯାଇଛି । ବ୍ଲକ ସଦରମହକୁମାକୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ଏହି ‘କାଫେ’ରେ ଉଚିତ ମୂଲ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇପାରୁଛନ୍ତି । ସ୍ଥାନୀୟ ଏସ୍‌ଏଚ୍‌ଜି ମା’ମାନେ ଏହାର ପରିଚାଳନା ଦାୟିତ୍ୱ ନେବା ଫଳରେ ସେମାନଙ୍କ ପାଇଁ ରୋଜଗାରର ବାଟ ଫିଟି ପାରିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.