ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ‘ଶଲାବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ର ପାଇଁ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ । ବଲାଙ୍ଗିର ସହରର ଚୈତନ୍ୟ ଏହି ଆୱାଡର଼୍ ପାଇବା ପରେ ବଲାଙ୍ଗିର କଳାକାର ଜଗତରେ ଖୁସିର ଲହରି ଖେଳିଯାଇଛି । ଚୈତନ୍ୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ସୂଚନା ଅନୁସାରେ ଗତ ୧୩ ତାରିଖ ଦିନ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ୨୦୧୯ ନିମନ୍ତେ ଶ୍ରୀ ମଟାରୀଙ୍କୁ ଏହି ପୁରସ୍କାର ପ୍ରାପ୍ତ ହୋଇଛି । ବହୁ ଚର୍ଚ୍ଚିତ ତଥା ସୁନାମଧନ୍ୟ ଫିଲ୍ମ ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ‘ଶଲାବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ର ସମସ୍ତ ଦିଗରେ ବିଶେଷ ସଫଳତା ହାସଲ କରିଥିବା ବେଳେ ସାରା ବିଶ୍ୱରେ ସୁନାମ ଅର୍ଜନ କରିଛି । ଏବେ ଏହି ଫିଲ୍ମ ପାଇଁ ଶ୍ରୀ ମଟାରୀ ରାଜ୍ୟସ୍ତରୀୟ ଗୌରବମୟ ପୁରସ୍କାର ପ୍ରାପ୍ତ ହେବା ପରେ ପଶ୍ଚିମ ଓଡ଼ିଶାର କଳାକାରମାନେ ବେଶ୍‌ ଆନନ୍ଦିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.