ସ୍କୁଲ ଟେନିସ୍‌ ଲିଗ୍‌ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଟେନିସ୍‌ ଲିଗ(ଏସ୍‌ଟିଏଲ୍‌)ର ଲୋଗୋ ଉନ୍ମୋଚନ କରିଛନ୍ତି । ଏହି ଲିଗ୍‌ ଦ୍ୱାରା ତୃଣମୂଳ ସ୍ତରରେ ଟେନିସର ପ୍ରଚାର ହେବା ସହିତ ଭବିଷ୍ୟତର ଟେନିସ ତାରକା ମାନଙ୍କ ସୃଷ୍ଟିରେ ସହାୟକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନୀଳାଚଳ ସ୍ପୋଟର୍‌ସ ଫାଉଣ୍ଡେସନ୍‌ ଏବଂ କୋଚ୍‌ ତଥା ଖେଳାଳି ଦିଲ୍ଳୀପ ମହାନ୍ତିଙ୍କ ଦ୍ୱାରା ଏହା ଆରମ୍ଭ ହୋଇଛି । ଏସ୍‌ଟିଏଲ୍‌ ଛାତ୍ରଛାତ୍ରୀଙ୍କୁ ତୃଣମୂଳ ସ୍ତରରୁ ଟେନିସ ସହିତ ଜଡିତ ରହିବାର ସୁଯୋଗ ଦେଉଛି ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ ଦିଲ୍ଲୀପ ମହାନ୍ତି । ଦିଲ୍ଲୀରେ ମେ’ ମାସରେ ଏହାର ପଦାର୍ପଣ ସିଜନ ଆରମ୍ଭ ହେବ । ଦେଶର ସମସ୍ତ ଟପ୍‌ ସ୍କୁଲକୁ ଆକର୍ଷିତ କରିବା ପାଇଁ ଏହାର ଫର୍ମାଟକୁ ସାମାନ୍ୟ ସରଳୀକରଣ ମଧ୍ୟ କରାଯାଇଛି । ପ୍ରତି ଟାଇରେ ୬ଟି ମ୍ୟାଚ ଖେଳାଯିବ । ଏହା ମଧ୍ୟରେ ୪ ଡବଲ୍ସ ଓ ଦୁଇଟି ସିଙ୍ଗଲ୍ସ ମ୍ୟାଚ ରହିବ ।

Leave A Reply

Your email address will not be published.