ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ୱାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତରପ୍ରଦେଶ ବାରଣାସୀର ବିଏଚୟୁଆଇଆଇ ଷ୍ଟାଡିୟମ ଠାରେ ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଖେଳ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୭୦ବର୍ଷ ବୟସ ବର୍ଗରେ ଓଡିଶା ରାଉରକେଲା ଏନଆଇଟିର ପ୍ରାକ୍ତନ ଛାତ୍ର ଅଶୋକ କୁମାର ବିଶ୍ୱାଳ ଅଂଶଗ୍ରହଣ କରି ଦୁଇଟି ବିଭାଗରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରି ସହର ତଥା ରାଜ୍ୟକୁ ଗର୍ବିତ କରିଛନ୍ତି । ଶ୍ରୀ ବିଶ୍ୱାଳ ୩୦୦ ମିଟର ବାଧା ଦୌଡରେ ପ୍ରଥମ ତଥା ୨୦୦ ଓ ୪୦୦ମିଟର ଦୌଡରେ ପ୍ରଥମ ସହ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ୨୦୦ଶହ ମିଟର ଦୌଡକୁ ୨୯ ସେକେଣ୍ଡରେ ଓ ୪୦୦ ମିଟର ଦୌଡକୁ ୧ ମିନିଟ୍ ୫ ସେକେଣ୍ଡରେ ସଂପୂର୍ଣ୍ଣ କରି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରଦେଶରୁ ୩୭୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ଖବର ରାଉରକେଲାରେ ପହଞ୍ଚିବା ପରେ ସହରର କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିବା ବେଳେ ସହରର ଜଣାଶୁଣା ବଡିବିଲଡର ସତ୍ୟବ୍ରତ ଓଝା ଓ ଜାତୀୟ ବିଚାରକ ଡକ୍ଟର ହରମୋହନ ମଲ୍ଲିକ ଶ୍ରୀ ବିଶ୍ୱାଳଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.