lika

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ କିରାଲଗା ଗ୍ରାମ ମାଟିର ପୁଅ ତଥା ଓଡିଶାର ଗର୍ବ ଗୌରବ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ଅବସର ପରେ ନିଜ ଗ୍ରାମ କିରାଲଗାରେ ସସ୍ତ୍ରୀକ ପହଞ୍ଚିଥିଲେ । ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଏକ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜନ କରାଯାଇ ଶ୍ରୀ ତନ୍ତି ଓ ଶ୍ରୀମତୀ ମଥୁରା ତନ୍ତିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରୁ ଗ୍ରାମବାସୀମାନେ ପାରମ୍ପାରିକ ନୃତ୍ୟ ସଂଗୀତ ମାଧ୍ୟମରେ ଉଭୟ ଦମ୍ପତିଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ତନ୍ତି ନିଜ ଜନ୍ମମାଟି, ସ୍କୁଲ ଜୀବନର ଅନୁଭୂତି, ଚାକିରି କାଳର ଅଭିଜ୍ଞତା ଓ ସାଂପ୍ରତିକ ଜୀବନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ନିଜ ଜୀବନର ସଫଳତା ପାଇଁ ସେ ଗ୍ରାମର ସମସ୍ତ ବରିଷ୍ଠଙ୍କ ଆଶୀର୍ବାଦ ଓ ବଂଧୁଙ୍କ ସହ କନିଷ୍ଠଙ୍କ ସହଯୋଗ ତଥା ପରିବାରର ପ୍ରୋତ୍ସାହନକୁ ଶ୍ରେୟ ଦେଇଥିଲେ । କାର୍ଯ୍ୟକ୍ରମରେ ଭାସ୍କର ଜୟପୁରିଆ, ବୈକୁଣ୍ଠ ତନ୍ତି, ଚୁରନ ମହାନନ୍ଦିଆ, କଷ୍ଟୁ ମହାନନ୍ଦିଆ, ଫିରନ ମହାନନ୍ଦିଆ, ରାମ, ଚନ୍ଦ୍ର ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିବା ବେଳେ ଶ୍ରୀ ତନ୍ତିଙ୍କ ସଂପର୍କରେ ବକ୍ତବ୍ୟ ରଖି ତାଙ୍କୁ ପଶ୍ଚିମ ଓଡିଶାର ଗର୍ବ ଗୌରବ ବୋଲି ଅବିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଳସୀରାମ ତନ୍ତି, ଆରଏସପିର ମହାପ୍ରବନ୍ଧକ ଶ୍ରୀନାଥ ନାଏକ, ଦୁବରାଜ ଗୋଖ୍ରା, ଦୁତିବାହାନ, ଦିଲେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ତନ୍ତି ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

babaa
Leave A Reply

Your email address will not be published.