csstore

କେନ୍ଦ୍ର ସମବାୟ ବ୍ୟାଙ୍କର ମହିଳା କର୍ମଚାରୀଙ୍କଠୁ ଲୁଟି ନେଲେ ୫ ଲକ୍ଷ ଟଙ୍କା

କେନ୍ଦୁଝର, (କେପିଏନ୍‌ଏସ୍‌) : କେନ୍ଦ୍ର ସମବାୟ ବ୍ୟାଙ୍କର ମହିଳା କର୍ମଚାରୀଙ୍କଠୁ ଲୁଟି ନେଲେ ଲୁଟେରାମାନେ ୫ ଲକ୍ଷ ଟଙ୍କା ବୋଲି ଖବର ମିଳିଛି । ସୂଚନା ଅନୁସାରେ ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ତରୁମୁଙ୍ଗାରେ ଥିବା କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟଟାଣ୍ଟ ଅନ୍ନପୂର୍ଣ୍ଣା ମିଶ୍ର ଆଜି ଦିନ ପ୍ରାୟ ୧୧ ଟା ୩୦ ରୁ ୧୧ ଟା ୪୫ ଭିତରେ ଗନ୍‌ ମ୍ୟାନ୍‌ ଯଦୁମଣି ମହାନ୍ତକୁ ଧରି ନିକଟସ୍ଥ ବ୍ୟାଫ୍‌ ଅଫ୍‌ ଇଣ୍ଡିଆରୁ ୫ ଲକ୍ଷ ଟଙ୍କା ନେଇ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଚାଲି ଚାଲି ଫେରୁଥିବା ବେଳେ ଜାତୀୟ ରାଜପଥ ଡିଗାଇଡର ପାଖରେ ଦ୍ରୁତ ଗତିରେ ଏକ କଳା କଲର୍‌ ପଲ୍‌ସର୍‌ ବାଇକ୍‌ରେ ଆସି ଅନ୍ନପୂର୍ଣ୍ଣାଙ୍କୁ ଧକ୍କା ମାରି ତାଙ୍କଠାରୁ ଲୁଟି ଫେରାର୍‌ ମାରିଥିଲେ । କର୍ମଚାରୀଙ୍କ ଠାରୁ ଲୁଟ୍‌ ନେଇ ତରୁମୁଙ୍ଗା ସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଲିକା ଲକ୍ଷ୍ମୀପ୍ରିୟା ସାହୁ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.