ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଭଜନ ମଣ୍ଡଳୀ ଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମଦିନ ପାଳିତ ହୋଇଯାଇଛି । ଆବାହକ ସନ୍ତୋଷ କୁମାର ପାଢୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ୯୫ ଗୋଟି ପ୍ରଦୀପ ପ୍ରଜ୍ଜଳିତ କରାଯାଇ ଜନ୍ମ ଲଗ୍ନ ଘୋଷଣା କରାଯାଇଥିଲା । ଭକ୍ତ ମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା । ସତ୍ୟସାଇ ବାବାଙ୍କ ଆଗମନ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ଆବାହକ ସନ୍ତୋଷ କୁମାର ପାଢୀ । ଏହି କାର୍ୟ୍ୟକ୍ରମରେ ସୁଧାଂଶୁ ସେଠ, ସୁରଥ ସାହୁ, ହେମସାଗର ସାହୁ, ଜିତୁ ସାହୁ, ପିଣ୍ଟୁ ସାହୁ, ବୀଣା ସାହୁ, ଗୀତା ସାହୁ, ରୁଲି ସାହୁ, ସାଧବାଣୀ ସାହୁ, କିଶନ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ପତିତପାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.