କିଡନି ରୋଗୀଙ୍କ ସହାୟତା ପାଇଁ ଗୁହାରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପଦ୍ମପୁର ବ୍ଲକ ବରିହାପାଲି ପଞ୍ଚାୟତ ବରିହାପାଲି ଗ୍ରାମର ସମାରୁ ତାଣ୍ତି ଜଣେ କିଡନୀ ରୋଗୀ । ସେ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀ ତଥା ଭୂମୀହୀନ ବ୍ୟକ୍ତି ଅଟନ୍ତି । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ଯାଇ ଥକି ଗଲାଣି । ବତ୍ତର୍ମାନ ତାଙ୍କ ଆର୍ଥିକ ଅବସ୍ଥା ଅତ୍ୟ‌ନ୍ତ ଦୁର୍ବଳ । ତେଣୁ ସେ ପ୍ରଶାସନ ନିକଟରୁ ସାହାଯ୍ୟ ପାଇବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଛ‌ନ୍ତି । ଯଦି କିଛି ସହାୟତା ମିଳେ ତେବେ ସେ ଚିକିତ୍ସା କରିବା ପାଇଁ ବଡ ଡାକ୍ତରଖାନାକୁ ଯିବେ ବୋଲି ପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.