ନାଚିନ୍ଦା ମଙ୍ଗଳ ଚଣ୍ଡୀ ମନ୍ଦିରରୁ ଅଳଙ୍କାର ଚୋରି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ନାଚିନ୍ଦା ଗ୍ରାମରେ ସୋମବାର ରାତିରେ ମଙ୍ଗଳ ଚଣ୍ଡୀ ମନ୍ଦିରରୁ ବହୁ ମୂଲ୍ୟର ଗହଣା ଅଳଙ୍କାର ଦୁର୍ବୁତ୍ତ ମାନେ ଚୋରି କରି ନେଇଛନ୍ତି । ମଙ୍ଗଳବାର ସକାଳ ୯ ଘଟିକା ସମୟରେ ଉକ୍ତ ମନ୍ଦିରର ପୂଜକ ପଞ୍ଚାନନ ମହାପାତ୍ର ପୂଜା କରିବାକୁ ଯାଇ ଦେଖିଲା ପରେ ଗ୍ରାମବାସୀମାନଙ୍କୁ ଚୋରି ହୋଇଥିବା ଘଟଣା ସଂପର୍କରେ ସୂଚନା ଦେଇଥିଲେ ଏବଂ ଏଥିନେଇ ପୂଜକ ନିକଟସ୍ଥ କମର୍ଦ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛ‌ନ୍ତି ।

Leave A Reply

Your email address will not be published.