ସୁରେଶ ରାଇନା ୩୪ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବେ

ଜମ୍ମୁ କାଶ୍ମୀର : ଅସହାୟଙ୍କୁ ସାହାଯ୍ୟ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା । ସୁରେଶ ରାଇନ ପୁଣି ଏବେ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି । ଉତ୍ତର ପ୍ରଦେଶ, ଜମ୍ମୁ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜିଅନ(ଏନ୍‌ସିଆର)ରେ ଥିବା ୩୪ଟି ସରକାରୀ ସ୍କୁଲକୁ ହାତକୁ ନେଇ ସ୍କୁଲ ଗୁଡିକ କେମିତି ସ୍ୱଚ୍ଛ ରହିବ ସେ ଉପରେ ବ୍ୟବସ୍ଥା ଏବଂ ପାନୀୟ ଜଳଯୋଜାଣ ବ୍ୟବସ୍ଥା କରିବେ । ଆସନ୍ତା ୨୭ରେ ତାଙ୍କର ୩୪ତମ ଜନ୍ମ ଦିବସରେ ଅସହାୟ ମୁହଁରେ କେମିତି ହସ ଫୁଟାଇ ପାରିବେ, ସେ ଦିଗରେ ସେ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି । ୨୩୪ଟି ସ୍କୁଲକୁ ହାତକୁ ନେଇଥିବା ସ୍କୁଲରେ ୧୦,୦୦୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ରାଇନାଙ୍କ ଗୋଟିଏ ଏନ୍‌ଜିଓ ବି ଅଛି, ଯୋଉଁଟାକି ତାଙ୍କ ଝିଅ ଗ୍ରାସିଆ ରାଇନା ଫାଉଣ୍ଡେସନ ନାମରେ ସବୁଆଡେ ପରିଚିତ । ରାଇନାଙ୍କ ଜନ୍ମଦିନ ଅବସରରେ ତାଙ୍କ ସ୍ତ୍ରୀ ତଥା ସଂଗଠନର ପ୍ରତିଷ୍ଠାତା ପ୍ରିୟଙ୍କା ରାଇନା ଗାଜିଆବାଦ ସ୍ଥିତ ନୁରନଗର ସାହିନି, ସରକାରୀ କମ୍ପୋଜିଟ ମିଡିଲ ସ୍କୁଲରେ ସ୍ୱଚ୍ଚତା ବ୍ୟବସ୍ଥା ଓ ପାନୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରିବେ ବୋଲି ଖବର ମିଲିଛି ।

Leave A Reply

Your email address will not be published.