csstore

କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ ଧରଣୀଧର ସ୍ପୋର୍ଟସ କମ୍‌ପ୍ଲେକ୍ସ ଲୋକାର୍ପଣ, ହାଡବନ୍ଧ ପୋଖରୀ ଲୋକାର୍ପଣ, ବଳଦେବଜିଉ ମନ୍ଦିର ଭୋଗ ମଣ୍ଡପ ଲୋକାର୍ପଣ, ଅଡିଟରିୟମ୍‌ ଲୋକାର୍ପଣ ସହିତ ଯୋଡା, ବଡବିଲ, ଆନନ୍ଦପୁର ଆଦି ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବା ଶନିବାର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.