pakka

ଟ୍ରାକ୍ଟର ପଛପଟ ଡାଲାରୁ ପଡ଼ି ଶ୍ରମିକ ମୃତ

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ସ୍କୁଲ ବୁଲାଣି ନିକଟରେ ଶନିବାର ରାତିରେ ଟ୍ରାକ୍ଟର ପଛପଟ ଡାଲାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ସ୍କୁଲ ବୁଲାଣି ନିକଟରେ ଶନିବାର ରାତିରେ ଟ୍ରାକ୍ଟର ପଛପଟ ଡାଲାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କୋକସରା ବ୍ଲକ ମୁଣ୍ଡରାବାହେଲି ଗ୍ରାମର ଦୈତାରି ହଂସ । ସେମାନେ ଡାଲଗୁମା ଗ୍ରାମରୁ ମୁଣ୍ଡରାବାହେଲି ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଟ୍ରାକ୍ଟର ଜବତ କରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

20 − three =

error: Content is protected !!