jayashree

କଛାରପାଲିରେ ଏକାଦଶତମ ୨୪ ପ୍ରହରୀ ନାମଯଜ୍ଞ ଆଜିଠୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ପ୍ରଗତୀ ଯୁବକ ସଂଘ ଓ କଛାରପାଲି ଶ୍ରୀ ଜଗନ୍ନାଥ କୀର୍ତ୍ତନ୍ୟ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ଆଜିଠାରୁ ଏକାଦଶତମ ବାର୍ଷିକ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ବୁଧବାର ଦେଓଗାଁ ଓ କଛାରପାଲିର ଶତାଧିକ ମହିଳାଙ୍କ ଦ୍ୱାରା ଯୋଗୀସାଗରରୁ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ପାଇଁ ଯୋଜନା କରାଯାଇଛି । ଚଳିତ ବର୍ଷ କର୍ତ୍ତା ଭାବେ ଶ୍ରୀମତୀ ଅହଲ୍ୟା ସାହୁ ଓ ଅଚ୍ୟୁତ ସାହୁ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ଜଗନ୍ନାଥ ମନ୍ଦିରର ପୂଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ଦାୟିତ୍ୱ ନେଇଛନ୍ତି । ଏକାଦଶତମ ୨୪ ପ୍ରହରୀ ନାମଯଜ୍ଞକୁ ସୁନ୍ଦର ଓ ଅଧିକ ଶୃଙ୍ଖଳିତ କରିବା ପାଇଁ ସାଧୁ ଚରଣ ସାହୁଙ୍କୁ ସଭାପତି ଭାବେ ଗ୍ରାମବାସୀ ମନୋନୀତ କରିଥିବା ବେଳେ ଉପସଭାପତି ଭାବେ କିଶୋର ସାହୁ, ସଂପାଦକ ଭାବେ ଅନନ୍ତ ସାହୁ, ସହ ସଂପାଦକ ଭାବେ ଦୁର୍ବାଦଳ ସାହୁ, କୋଷାଧ୍ୟକ୍ଷ ଭାବେ ସୁମନ୍ତ ସାହୁଙ୍କୁ ମନୋନୀତ କରାଯାଇଥିବା ସହ ଗାଁ ତଥା ଆଖ ପାଖ ଅଞ୍ଚଳର ସମସ୍ତଙ୍କ ସହଯୋଗରେ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ ଯେ, ଗତ ୨୦୦୨ରୁ ଅନବରତ ଭାବେ ପ୍ରତି ଦୁଇ ବର୍ଷରେ ଥରେ ମାଘ ଶୁକ୍ଳପକ୍ଷ ଏକାଦଶୀରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ୨୪ ପ୍ରହରୀ ନାମଯଜ୍ଞ ହୋଇ ଆସୁଥିଲା । ହେଲେ କରୋନା ଯୋଗୁଁ ଗତ ୨୦୨୨ରେ ହେବାକୁ ଥିବା ନାମଯଜ୍ଞକୁ ସ୍ଥଗିତ ରଖାଯାଇଥିଲା । ଚଳିତ ବର୍ଷ ମାନବ ଜୀବନକୁ ସାଫଲ୍ୟ କରିବା ସଙ୍ଗେ ସଙ୍ଗେ‌ ମହାମନ୍ତ୍ର ପାନ କରିବା ସହ ଦିବ୍ୟ ଚେତନା ଲାଭ କରି ସୌଭାଗ୍ୟ ଅର୍ଜନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.