ଜିଆର୍‌ଏସ୍‌ଙ୍କ ଅଦଳ ବଦଳ, ଦୁର୍ନୀତି ଲୁଚେଇବାକୁ ପ୍ରଶାସନର ସହଯୋଗ କି ?

ସଇଁନ୍ତଲା, (କେପିଏନ୍‌ଏସ୍‌) : ଅନେକ ଦୁର୍ନୀତିକୁ ନେଇ ସବୁବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଚର୍ଚ୍ଚାରେ ରହିଆସିଛି । କେତେବେଳେ ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଟଙ୍କା ତ ଆଉ କେତେବେଳେ କଲେଜ ଛାତ୍ରଛାତ୍ରୀଙ୍କ ନାଁରେ ଟଙ୍କା । ମିଥ୍ୟା ବିଲ୍‌ କରି କେତେବେଳେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ତ ଆଉ କେତେବେଳେ ଘଟଣାର ତଦନ୍ତ ପରେ ପ୍ରଶାସନ ଫାଇଲ ତଳେ ଚାପି ଚୁପ୍‌ ରହିଥାଏ ସେ ସବୁ ଯାହା ହେଉ ନା କାହିଁକି କିଛି ଦୁର୍ନୀତିରେ ସମ୍ପୃକ୍ତ ଥିବା ଜିଆର୍‌ଏସ୍‌ଙ୍କ ଅଦଳ ବଦଳ ହେବା ପରେ ଘଟଣା ଫାଇଲ ତଳେ ଚାପି ହୋଇ ଯିବ ନାହିଁ ତ ବୋଲି ମଧ୍ୟ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । କିଛି ମାସ ହେବ ସରପଞ୍ଚ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଲିଖିତ ଭାବେ ଦାବୀପତ୍ର ମଧ୍ୟ ଦେଇଥିଲେ ଏବଂ ଅଦଳ ବଦଳ କରିବାକୁ ଦାବୀ କରିଥିଲେ । ତେଣୁ ଆଜି ଦାବୀ ଗୁଡିକ ପୂରଣ ହୋଇଥିବା ବେଳେ ଅନେକ ଉତ୍ସାହିତ ମଧ୍ୟ କିଛି ସରପଞ୍ଚଙ୍କ ମଧ୍ୟରେ ଦେଖା ଦେଇଛି । ଫଳରେ ବ୍ଲକ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ କିଛି ଜିଆର୍‌ଏସ୍‌ ଭୟରେ ଅନ୍ୟ ପଞ୍ଚାୟତକୁ ବଦଳି ନ ହେବା ପାଇଁ ନେତାଙ୍କ ଆଶ୍ରୟ ନେଉ ଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି । କାରଣ ଅନେକ ଦୁର୍ନୀତିର ଗୁମର ବୋଧେ ଖୋଲି ଯାଇ ପାରେ ସେଥିପାଇଁ ଅନେକ ଚିନ୍ତା ମଧ୍ୟ ଘାରୁ ଥିବା ଜଣାପଡିଛି । ଡିଆରଡିଏ ଚିଠି ନମ୍ବର ୩୯୨ ଅନୁଯାୟୀ ପ୍ରଦୀପ କୁମାର ମହାକୁରଙ୍କୁ କରମତଲାରୁ ଟିକ୍ରାପଡା, ପ୍ରବୀନ କୁମାର ପାଣିଗ୍ରାହୀଙ୍କୁ ଟିକ୍ରାପଡାରୁ କରମତଲା, ନାରାୟଣ ଗହୀରଙ୍କୁ ଗଣ୍ଡପତ୍ରାପାଲିରୁ ଭନ୍ଦ୍ରା ଓ ବିବିନା, ବିଶ୍ୱ ମୋହନ ଭୋଇଙ୍କୁ କୁଇକେଡ଼ାରୁ ଧରପଗଡ଼, ସୁବାଶିଷ ମିଶ୍ରଙ୍କୁ ଧରପଗଡ଼ରୁ ଶିଷକେଲା, ସନ୍ଦୀପ ସିଂ ବାବୁଙ୍କୁ ଗଣ୍ଡପତ୍ରାପାଲି, ଜିତେନ୍ଦ୍ର ବେହେରାଙ୍କୁ ଶିଷକେଲାରୁ କେରମେଲି ଓ କୁଇକେଡ଼ା, ଭରତ ଛତ୍ରିଆଙ୍କୁ ବିବିନାରୁ ବଙ୍ଗୋମୁଣ୍ଡା ବ୍ଲକ, ମନୋଜ କୁମାର ଦାଶଙ୍କୁ କେରମେଲିରୁ ତାଳବାହାଲ, ଅନିଲ ପଟେଲଙ୍କୁ ଡେଙ୍ଗରୁ ବେଳଗାଁ ଓ ଘୁନସର, ପାଣ୍ଡବ ସାହୁଙ୍କୁ ତାଳବାହାଳରୁ ଡୁଙ୍ଗୁରିପାଲି, ଜୟଦେବ ନାଗଙ୍କୁ ଭନ୍ଦ୍ରାରୁ ଡେଙ୍ଗ ପଂଚାୟତ ଅଦଳ ବଦଳ କରାଯାଇ ଥିବା ଜଣାପଡିଛି ।

Leave A Reply

Your email address will not be published.