ଉଦ୍‌ଘାଟିତ ହେଲା ବସନ୍ତପଞ୍ଚମୀ ମହୋତ୍ସବ ୨୦୨୩

ଖୋର୍ଦ୍ଧା : ବସନ୍ତପଞ୍ଚମୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଚଳିତବର୍ଷ ବେସ ଧୁମଧାମରେ ଆୟୋଜନ କରିଛନ୍ତି ବେଗୁନିଆ ବ୍ଲକ ମଲିପଦର-ବାସୁ ଦେବପୁର ଗ୍ରାମବାସୀ । ଏହି ଅବସରରେ ମନମୋହିଛି ସମ୍ବଲପୁରୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟ । ଗ୍ରାମାଞ୍ଚଳ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ଅଞ୍ଚଳର କଳା ସଂସ୍କୃତିକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟ ୨୦୧୯ ମସିହାରେ ଜାକଜମକରେ ଆରମ୍ଭ ହୋଇଥିଲା ବସନ୍ତ ପଞ୍ଚମୀ ମହୋତ୍ସବ । ଶୁକ୍ରବାର ଶୀତୁଆ ସନ୍ଧ୍ୟାରେ ବସନ୍ତ ପଞ୍ଚମୀ ମହୋତ୍ସବକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ସରକାରଙ୍କ କୃଷି ଓ ଶିଳ୍ପ ନିଗମ ଉପାଧ୍ୟକ୍ଷ ସନ୍ତୋଷ ବେଜ ଉଦ୍‌ଘାଟନ କରିଥିଲେ । ମହୋତ୍ସବ କମିଟିର ସଭାପତି କୁଞ୍ଜବିହାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ ଶିଳ୍ପ ନିଗମ ଉପାଧ୍ୟକ୍ଷ ସନ୍ତୋଷ ବେଜ, ସମ୍ମାନୀତ ଅତିଥି ଭାବେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ, ଜିଲ୍ଲା ବିଜେଡି ଉପସଭାପତି ଦିଲ୍ଲୀପ କୁମାର ମହାଭୋଇ ଓ ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ କୁମାର ବେହେରା, ସଂପାଦକ ଦିବାକର ପଣ୍ଡା ପ୍ରମୁଖ ଯୋଗଦେଇ ମହୋତ୍ସବ ସଂପର୍କରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ଗୋପାଳ ଚନ୍ଦ୍ର ଶୁକ୍ଳ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.