
କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ମୁରିବାହାଲ ୟୁଥ ଏବଂ ସ୍ପୋର୍ଟିଂ କ୍ଲବ ତରଫରୁ ୩୦ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗିରିରାଜ ସିଂ ମାଝି ଏବଂ ସମ୍ମାନିତ ଅତିଥି ଭାବେ ଆଶାଦୁଲ୍ଲା ଖାନ, ବିଜେଡି ସଭାପତି ତୁରେଇକେଲା ବ୍ଲକ, ଦାମୋଦର ଭୋଇ ପୂର୍ବତନ ଶିକ୍ଷକ ଏବଂ ବିଶିଷ୍ଟ ଆଦିବାସୀ ସମାଜସେବୀ, ଚକ୍ରଧର ହେର୍ଣ୍ଣା ସମିତି ସଭ୍ୟ ମୁରିବାହାଲ ପଞ୍ଚୟତ, ବନବିହାରୀ ଯୋଶୀ ସରପଞ୍ଚ ମୁରିବାହାଲ, ଉତ୍ତର କୁମାର ପନିକା ବିଜେଡି ଯୁବ ସଭାପତି ତୁରକେଲା ବ୍ଲକ, ଫୁଟବଲ କ୍ଲବ ସଭାପତି ବଡ ଭୋଇ, ଉପ ସଭାପତି ଗୋପୀ ମାଝୀ, ଭାରତ ଭୂଷଣ ଭୋଇ, ଶ୍ରୀବଚ୍ଛ ବେହେରା, ପ୍ରକାଶ ବଘାର, କେଦାର ବଡ଼ଜେନା, ଅଭିଳାଷ ବଘାର, ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଅଞ୍ଚଳର ଶତାଧିକ ଫୁଟବଲ ପ୍ରେମୀ ଖେଳକୁ ଉପଭୋଗ କରୁଥିଲେ ।