ଜାତୀୟ ବାଳିକା ଶିଶୁ ଦିବସ ଉପଲକ୍ଷେ ଖପ୍ରାଖୋଲ କେଜିଭିବି ଛାତ୍ରୀମାନେ କଲେ ପଦଯାତ୍ରା

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରତିବର୍ଷ ଜାନୁଆରୀ ୨୪ରେ ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଏ । ଆଜିର ସମୟରେ ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ନାମ ପ୍ରସିଦ୍ଧ କରୁଛନ୍ତି । କିନ୍ତୁ ଆଜି ବି ଲୋକ ଭାରତରେ ଝିଅ ଜନ୍ମକୁ ନେଇ ଦୁଃଖିତ ହୁଅନ୍ତି । ଆଜି ମଧ୍ୟ ଆମ ସମାଜରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳେ । ଆମ ଦେଶର ସ୍ୱାଧୀନତା ପରଠାରୁ ଭାରତ ସରକାର ଝିଅମାନଙ୍କୁ ଦେଶର ପ୍ରଥମ ସ୍ଥିତିକୁ ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ତରଫରୁ ମଙ୍ଗଳବାର ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଦେଶରେ ତଥା ଜିଲ୍ଲାରେ କନ୍ୟା ସନ୍ତାନମାନଙ୍କର ସଂଖ୍ୟା କ୍ରମାଗତ ଭାବେ କମୁଥିବାର କାରଣ ଓ ଏହାର ନିରାକରଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏବଂ ବିଭିନ୍ନ ସମସ୍ୟା ଯେପରିକି କନ୍ୟା ଭୃଣ ହତ୍ୟା, କନ୍ୟା ଶିଶୁ ଚାଲାଣ, ବାଲ୍ୟ ବିବାହ ଓ ପୁଅ ଓ ଝିଅ ମାନଙ୍କ ଭିତରେ ଅସମାନତାର ମାନସିକତା ବିଷୟରେ ସ୍ଲୋଗାନ ଦେଇ ଝିଅ ମାନେ ଗ୍ରାମ ପରିକ୍ରମା କରିଥିଲେ । ଏହି ପଦଯାତ୍ରାରେ କେଜିଭିବିର ଶିକ୍ଷୟିତ୍ରୀ ରିତା ସାହୁ, ରିତା ବେହେରା, ୱାର୍ଡେନ ଅନିତା ମହାପାତ୍ର ସହ ନୀଳମାଧବ ସାହୁ ସାମିଲ ହୋଇଥିଲେ ।

Leave A Reply

Your email address will not be published.