ପଖନମୁଣ୍ଡା ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଆଜି ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଅଲେଖ ବନାଗୋଲା, ବିଶ୍ୱେଶର ମୁଦୁଲି, ସାଧନକର୍ମୀ ନରେଶ ତାଣ୍ଡୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱ।ଗତ କରିଥିଲେ । ତାପରେ ଶ୍ରୀ ଦାଶ କନ୍ୟା ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ପଖନମୁଣ୍ଡା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହୋଇଥିବାରୁ ଝିଅମାନଙ୍କୁ ଅଣଦେଖା କରାଯାଉଛି । ତେଣୁ ଆମେ ସମସ୍ତେ ମିଶି ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ । ଝିଅମାନେ ମଧ୍ୟ ପୁଅମାନଙ୍କ ସହିତ ସମତାଳରେ ଚାଲିବାକୁ ଝିଅମାନଙ୍କୁ ଫୁଟବଲ, ବେଡମିଣ୍ଟନ ଆଦି ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.