csstore

ବ୍ରହ୍ମପୁରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ବିଭିନ୍ନ ସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଦିବସ ମହାସାମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତ ଫେରି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ, ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁରରେ ଆମ୍ ଆଦମୀ ପାର୍ଟି ତରଫରୁ ଗଞ୍ଜାମ ଜିଲ୍ଲା ଆବାହକ ସୁଭାଷ ରାଉତ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଏବଂ ଅନେକ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ସମ୍ମାନ ଜଣାଇ ତାଙ୍କରି ଜୟାଗାନ କରି ବିଭିନ୍ନ ଦେଶ ମାତୃକାର ସ୍ଲୋଗାନମାନ ଦେଇଛନ୍ତି । ସାଲିସ ବିହୀନ ସଂଗ୍ରାମୀ ଶହୀଦ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରକୁ ବ୍ୟାଖ୍ୟା କରିଛନ୍ତି । ନେତାଜୀଙ୍କ ୧୨୬ତମ ଜନ୍ମ ଜୟନ୍ତୀରେ ଆମ୍ ଆଦମୀ ପାର୍ଟି ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ତରଫରୁ ଏକ ସଦ୍ଭାବନା ପ୍ରଭାତ ପରିକ୍ରମା ମଧ୍ୟ ଲୋକଙ୍କୁ ଜାଗୃତିମୂଳକ ସଚେତନତା କରିଛନ୍ତି ।

jayashree
Leave A Reply

Your email address will not be published.