ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟା ମନ୍ଦିର ବିଭାଗରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଚୈତନ୍ୟ ଭୋଇ ଗୁରୁଜୀ (ବିଦ୍ୟା ମନ୍ଦିର ପ୍ରମୁଖ) ସ୍ୱାଗତ ଭାଷଣ ଓ ସଂଯୋଜନା କରିଥିଲେ । କମଳ ଗୁରୁଜୀ ସୁରେନ୍ଦ୍ର ସାଏଙ୍କ ବିଷୟରେ ଓ ତରଣୀ ଗୁରୁଜୀ ନେତାଜୀଙ୍କ ବିଷୟରେ ଶିଶୁମାନଙ୍କୁ ବୌଦ୍ଧିକ ଶିକ୍ଷା ପ୍ରଦାନ କରିଥିଲେ । ଠିକ୍‌ ସେହିପରି ଶିଶୁ ମନ୍ଦିର ବିଭାଗରେ ସତ୍ୟନାରାୟଣ ସାହା ଗୁରୁଜୀ ସ୍ୱାଗତ ଭାଷଣ ଓ ସଂଯୋଜନା କରିଥିଲେ । ସଂଜୀବ ଗୁରୁଜୀ ସୁରେନ୍ଦ୍ର ସାଏଙ୍କ ବିଷୟରେ ଓ ବୁଲୁ ଗୁରୁଜୀ ନେତାଜୀଙ୍କ ବିଷୟରେ ବୌଦ୍ଧିକ ଶିକ୍ଷା ପ୍ରଦାନ କରିଥିଲେ । ଶେଷରେ ଦୁର୍ବାଦଳ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.