ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ପଦନ୍ନୋତି ପାଇଥିବା ଲୋକନାଥ ସୁନାଙ୍କୁ ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା ସଭାରେ ବାସୁଦେବ ମୁଗ୍ରୀ ସଭାପତିତ୍ୱ କରିଥିବା ବେଳେ ପୁଇଁନ୍ତଲା ବିଇଓ ନେପାଳ ଚନ୍ଦ୍ର ବାଗ, ଶମ୍ଭୁ ନାଗ, ପବିତ୍ର ନାଗ, ତେଜରାଜ କୁମ୍ଭାର, ବାଳକୃଷ୍ଣ ମହାନନ୍ଦ, କିଶୋର ହନୁମାନ, ଲୋଚନ ଛତ୍ରିଆ, ବୃନ୍ଦାବନ ନାଗ, ନୀଳାଚଳ ଦୀପ, ମଗଶୀର ମୁଗ୍ରୀ, କାର୍ତ୍ତିକେଶ୍ୱର ନାଗ, ପ୍ରଦୀପ ବାଗ, ଗୋପାଳ ବାରିକ ପ୍ରମୁଖ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ । ସଭା ଶେଷରେ ସଂପାଦକ ସୂର୍ଯ୍ୟମଣି ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.