csstore

ଚାଷୀ କ୍ରିୟାନୁଷ୍ଠାନ କମିଟିର ବୈଠକ : ଚାରୋଟି ପଂଚାୟତକୁ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ସାମିଲ ପାଇଁ ଦାବୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଚାଷୀ କ୍ରିୟାନୁଷ୍ଠାନ କମିଟି ତରଫରୁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଅଂଚଳରେ ଥିବା ଚାରୋଟି ପଂଚାୟତର ଚାଷୀମାନଙ୍କୁ ନେଇ ଜଳ ସେଚନ ବ୍ୟବସ୍ଥା କରିବା ଦାବୀରେ ଏକ ବୈଠକ ଚାନ୍ଦୋତରା ପଂଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆବାହକ ରୂପେଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚାରୋଟି ପଂଚାୟତର ଚାଷୀମାନେ କିପରି ଭାବେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ସାମିଲ ହୋଇ ଚାଷ ଜମିରେ ପାଣି ପାଇ ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ଜାମଖୁଣ୍ଟା ପଂଚାୟତ ସରପଂଚଙ୍କ ପ୍ରତିନିଧି ଗୌର ମହାନନ୍ଦ, ଭୂର୍ଷାଗୁଡା ସରପଂଚଙ୍କ ପ୍ରତିନିଧି ଶ୍ୟାମ ଭୋଇ, ଗନ୍ଧର୍ଲା ପଂଚାୟତ ସରପଂଚ ଦୁଲମଣୀ ନାଗ, ଚାଷୀ ନେତା ରମେଶ ସାହୁ, ଯାଦବ ନେତା ପଙ୍କଜ ନାଗ, ଆଦିବାସୀ ନେତା କୃପା ଭୋଇ, ଯାଦବ ନେତା ଭବାନୀ ନାଗ, ଅମରେନ୍ଦ୍ର ନନ୍ଦ ପ୍ରମୁଖଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.