ଆଜିଠୁ ଅଜିତ୍‌ ନାଟ୍ୟ ମହୋତ୍ସବ-୨୦୨୩

ଭୁବନେଶ୍ୱର : ବିଶିଷ୍ଟ ଅଭିନେତା ସ୍ୱର୍ଗତ ଅଜିତ୍‌ ଦାସଙ୍କ ହାତଗଢ଼ା ଅନୁଷ୍ଠାନ ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର(ଅଜିତ୍‌) ପକ୍ଷରୁ ସୋମବାରଠୁ ଆରମ୍ଭ ହେଉଛି ୧୧ତମ ଅଜିତ୍‌ ନାଟ୍ୟ ମହାତ୍ସବ-୨୦୨୩ । ରବିବାର ପୂର୍ବାହ୍ନରେ ୟୁନିଟ୍‌-୫ ସ୍ଥିତ କର୍ମଚାରୀ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ‘ଅଜିତ୍‌’ର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଜାନୁଆରୀ ୧୬ରୁ ୧୯ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ୪ଟି ନାଟକ ୩ଟି ଭାଷାରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ । ପ୍ରତି ସନ୍ଧ୍ୟା ୬.୧୫ ମିନିଟ୍‌ରେ ନାଟକ ମଞ୍ଚସ୍ଥ ହେବ । ପ୍ରଥମ ସନ୍ଧ୍ୟାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟକୁ ଆଧାର କରି ଡ. ବିଜୟ ମିଶ୍ରଙ୍କ ନାଟ୍ୟରୂପ ଏବଂ ଅଜିତ ଦାସଙ୍କ ନିର୍ଦ୍ଦେଶନାରେ ‘ଅଜିତ୍‌ ଗ୍ରୁପ୍‌’ର କଳାକାର ଓଡ଼ିଆ ନାଟକ ‘ତପସ୍ୱିନୀ’ ମଞ୍ଚସ୍ଥ କରିବେ । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ରାଜୀବ ବର୍ଦ୍ଧନଙ୍କ ନିର୍ଦ୍ଦେଶନାରେ ବେଙ୍ଗଲୀ ନାଟକ ‘ଝଲକରୀ ବାଇ’, ତୃତୀୟ ସନ୍ଧ୍ୟାରେ ଅରବିନ୍ଦ ସିଂଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ନାଟକ ‘ଓଡିପସ୍‌ ରେକ୍ସ’ ଏବଂ ଶେଷ ତଥା ଚତୁର୍ଥ ସନ୍ଧ୍ୟାରେ ବିଶିଷ୍ଟ ଲେଖକ ପ୍ରାଣବନ୍ଧୁ କରଙ୍କ ରଚିତ ଏବଂ ଜଗଦୀଶଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ନାଟକ ‘ଅଶାନ୍ତ’ ପ୍ରଦର୍ଶିତ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ‘ଅଜିତ୍‌’ର ସଭାପତି ଡ. ମାୟା ଦାସ, ସମ୍ପାଦକ ସାଗର ପଟ୍ଟନାୟକ, ମନସ୍ୱିନୀ ଦାସ, ଅଭିନେତା ଅମନ ଓ ଉପେନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.