ଆଇସିଏଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ହେଲେ ଆଶୁତୋଷ

ଭୁବନେଶ୍ୱର : ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟ୍‌ସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)ର ଭୁବନେଶ୍ୱର ଚାପ୍ଟରର ନୂତନ କାର୍ଯ୍ୟାଳୟ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଯାଇଛି । ଚାପ୍ଟରର ଅଧ୍ୟକ୍ଷ ଭାବେ ସିଏମ୍‌ଏ ଆଶୁତୋଷ ଦେବତା ମନୋନୀତ ହୋଇଥିବା ବେଳେ ଉପାଧ୍ୟକ୍ଷ ତଥା କୋଷାଧ୍ୟକ୍ଷ ଭାବେ ସିଏମ୍‌ଏ ଅଜୟ କୁମାର ସାମଲ ଏବଂ ସମ୍ପାଦକ ଭାବେ ସିଏମ୍‌ଏ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କୁ ପରିଚାଳନା କର୍ମକର୍ତ୍ତାମାନେ ଚୟନ କରିଛନ୍ତି । ଅପରପକ୍ଷରେ ଚାପ୍ଟରର ନୂତନ କାର୍ଯ୍ୟାଳୟ ପଦାଧିକାରୀ ଚୟନ ହୋଇସାରିବା ପରେ ଚାପ୍ଟରର ପୂର୍ବତନ ଅଧ୍ୟକ୍ଷ ସିଏମ୍‌ଏ ଶାନ୍ତନୁ କୁମାର ରାଉତ ନବ ନିର୍ବାଚିତ ଅଧ୍ୟକ୍ଷ ଆଶୁତୋଷ ଦେବତାଙ୍କୁ ଉକ୍ତ ଦାୟିତ୍ୱ ହସ୍ତାନ୍ତର ସହ ଅନ୍ୟ ପରିଚାଳନା କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରିଶେଷରେ ନୂତନ ଅଧ୍ୟକ୍ଷଙ୍କୁ ପରିଚାଳନା କର୍ମକର୍ତ୍ତାମାନେ ସମ୍ବର୍ଦ୍ଧନା ଦେଇଥିଲେ ।

Leave A Reply

Your email address will not be published.