ଚାଣ୍ଟିମୁଣ୍ଡା ଗ୍ରାମରେ ଭଜନ ସନ୍ଧ୍ୟା ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ଚାଣ୍ଟିମୁଣ୍ଡା ଗ୍ରାମରେ ବାଲ୍ମିକୀ ରାମାୟଣ ପାରାୟଣ ଅବସରରେ ୨ୟ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବନେତା ସମରେନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ବ୍ୟାସଦେବ ପୁରୋହିତ, ଯୁବ ସଂଗଠକ ଜୟକୃଷ୍ଣ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବାଣିକଣ୍ଠ ଦୁଃଖିଶ୍ୟାମ ତ୍ରିପାଠୀ, ଶିବାନନ୍ଦ ତ୍ରିପାଠୀ, ବ୍ୟାସଦେବ ପୁରୋହିତ, ଭଜନ ପରିବେଷଣ କରିଥିଲେ । ଅଜିତ କୁମାର ଦାସ ପାରାୟଣ ପଠନ କରୁଛନ୍ତି । ପୂଜକ ଭାବେ ଯଦୁପତି ନାଥ କାର୍ଯ୍ୟ ତୁଳାଉଥିବା ବେଳେ ସୁରେନ୍ଦ୍ର ବେହେରା ମୁଖ୍ୟ କର୍ତ୍ତା, ଯୁଗସା ଭୋଇ ଏବଂ ତାରା ଭୋଇ । ଆୟୋଜକ କମିଟି ମୁଖ୍ୟ ସଭପତି ସୁରେନ୍ଦ୍ର ବେହେରା, ସଂପାଦକ ବିଶ୍ୱଜିତ ନାଥ, ସହଯୋଗକାରୀ ଅଶ୍ୱିନୀ ବେହେର, ସନ୍ତୋଷ ରଥ, ରାଘବ ଧରୁଆ, ପ୍ରମୋଦ ବେହେରା, ଦୈତାରୀ ବାଗ, ଜଗନ୍ନାଥ ମାଝି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପରିବେଶ ଭାବ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.

error: Content is protected !!