oom

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ କମ୍ୟୁନିକେସନ୍‌ର ରାଜ୍ୟ ସଂପାଦକ ଭାବେ ମନୋନୀତ ହେଲେ ଅଭିଷେକ ନାୟକ

jsmm

ବରଗଡ, (ନିରୋଜ କୁମାର ପାଣୀ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓ ରାଜ୍ୟ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ସୋସିଆଲ ମିଡ଼ିଆ ସ୍ତରରେ ସଂଗଠିତ ଏବଂ ମଜବୁଦ କରିବା ପାଇଁ ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହୋଇଛି । ଏହି ତାଲିକାରେ ବରଗଡ଼ ଜିଲ୍ଲାର ଜଣାଶୁଣା ଯୁବ ଚେହେରା ଅଭିଷେକ ନାୟକ ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଅଭିଷେକ ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହୋଇ ପ୍ରଥମରୁ ହିଁ ରାଜ୍ୟ ଛାତ୍ର କଂଗ୍ରେସରେ କାର୍ଯ୍ୟ କରି ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି । ଯେତେବେଳେ କୌଣସି ଛାତ୍ର ଯୁବ ପିଢ଼ି କିମ୍ବା ଜନସାଧାରଣଙ୍କ ଅସୁବିଧା ପଡ଼େ ସେହି ସମୟରେ ନିଜ ଜୀବନକୁ ଖାତିର ନ କରି ସମାଜସେବାରେ ଆଗେଇ ଯାଆନ୍ତି । ରାଜ୍ୟ ରାଜନୀତିରେ ବିଭିନ୍ନ ଆନ୍ଦୋଳନରେ ନିଜକୁ ନିୟୋଜିତ କରନ୍ତି । ଏପରି ଏକ ଯୁବ ଚେହେରାକୁ ରାଜ୍ୟ କଂଗ୍ରେସ ମନୋନୀତ କରିଥିବାରୁ ରାଜ୍ୟର ବିଭିନ୍ନ ମହଲରୁ ପ୍ରଶଂସା ତଥା ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିପାଇଁ ସେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଜୟରାମ ରମେଶ, ରାଷ୍ଟ୍ରୀୟ ପ୍ରବକ୍ତା କଂହେୟା କୁମାର, ଓଡ଼ିଶା ପ୍ରଭାରୀ ଡ଼. ଏ. ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତ ରାୟ, ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.