oom

ହକି ବିଶ୍ୱକପ ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାକ ଗ୍ରାମସଭା ଅନୁଷ୍ଠିତ

jsmm

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ ପଞ୍ଚାୟତରେ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରାକ ଗ୍ରାମସଭା ଓ ପଞ୍ଚାୟତ ଉନ୍ନତିକରଣ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟତଃ ପାନୀୟ ଜଳ ଓ ସ୍ଵଚ୍ଛ ଭାରତ ଉପରେ ଆଲୋଚନା ହୋଇଥିବା ବେଳେ ଉକ୍ତ ଗ୍ରାମ ସଭାରେ କୁସଙ୍ଗ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ବେହେରା, ସମିତି ସଭ୍ୟ କାହ୍ନୁ ଚରଣ ନାଥ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦୀଶ ମଲ୍ଲିକ, କନିଷ୍ଟ ଯନ୍ତ୍ରୀ ବାବୁଲା ବେହେରା, ଏମ୍‌ ବିକେ ରଶ୍ମି ରେଖା ସାହୁଙ୍କ ସମେତ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ । ସେହିପରି ବିରନରସିଂହପୁର ପଞ୍ଚାୟତ ବିରନସିଂହପୁର ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ୱହକି କପ ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରନରସିଂହପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ତ କୁମାର ବେହେରା ଏବଂ ଜିଆର୍‌ଏସ୍‌ ଅଶୋକ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ହକିକୁ ସ୍ୱାଗତ କରିବା ପାଇଁ ପଞ୍ଚାୟତ ପରିସରରେ ଏକ (ଏଲ୍‌ସିଡି ଟିଭି) ଟେଲିଭିଜନ ମାଧ୍ୟମରେ ଏକ ହକିର ଚଳଚିତ୍ର ପରିବେଷଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଚନ୍ଦନା ବେହେରା, ଉପସରପଞ୍ଚ ଡଲି ବାଘ, ୱାର୍ଡ ମେମ୍ବର ମଞ୍ଜୁ ସେଠି, ସୁଧାଂଶୁ କୁମାର ଜେନା, ଅମୃତ୍ତି ମହାନନ୍ଦ, ନିଶା ମଲ୍ଲିକ, ବାସନ୍ତୀ ବେହେରା, ଗୋପାଳ ବାଘ, ସତ୍ୟନାରାୟଣ କର୍ଣ୍ଣଙ୍କ ସମେତ ସମସ୍ତ ଜନ ସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.