ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ରୁଗୁଡିପଡାର ଜଣାଶୁଣା ଭଗବତ ପ୍ରେମୀ ସୋମନାଥ ପାଢୀ(୮୬)ଙ୍କ ବୁଧବାର ପୂର୍ବାହ୍ନ ୯ଟା ୧୦ ମିନିଟ୍ରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଦରଦୀ ମଣିଷ, ଭଗବତ ପ୍ରେମୀ ଓ ବିଶ୍ୱାସୀ ଭାବେ ଜନମାନସରେ ବେଶ ପରିଚିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ସହରର ବିଭିନ୍ନ ବର୍ଗର ଲୋକେ ରୁଗୁଡିପଡା ବାସଭବନକୁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ଝିଅ ସୌଦାମିନୀ, ଜ୍ୱାଇଁ ଦିଲିପ, ପୁତ୍ର ହିମାଂଶୁ, ପୁତ୍ରବଧୂ ଅନୁପମା, ନାତି ଚନ୍ଦ୍ର ଶେଖର, ଅନଶୁମାନ, ଚିନ୍ମୟ, ରାମ, ସରୋଜ, ନାତୁଣୀ ବର୍ଷା, ବିଗୁଲ, ଅଣନାତି ଆରୁଷ, କୀର୍ତ୍ତୀମାନ, ଅଣ ନାତୁଣୀ ଆରବି, ଅବନ୍ତୀକା ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ପରେ ଦିବା ୧୧ଟାରେ ଏକ ବିରାଟ ଶୋଭାଯାତ୍ରାରେ ସ୍ୱର୍ଗତ ସୋମନାଥଙ୍କ ମର ଶରୀରକୁ ରୁଗୁଡିପଡା ଦୁର୍ଗାପୂଜା ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରୁ ଅନ୍ତିମ ଯାତ୍ରା ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଯାଇଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ପୁଅ ବରିଷ୍ଠ ସାମ୍ବାଦିକ ହିମାଂଶୁ ଶେଖର ପାଢୀ ମୁଖାଗ୍ନି ଦେଇଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ସୋମନାଥଙ୍କ ସହଧର୍ମିଣୀ ଦେବଦୁତିଙ୍କ ୧୮ ଦିନ ପୂର୍ବେ ପରଲୋକ ହୋଇଥିବା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା ।