oom

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଆଜି ନିଜ ଅଧିକାର ସୁରକ୍ଷା ପାଇଁ କ୍ରାନ୍ତି ଯାତ୍ରା ମାଧ୍ୟମରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରୁ ଅନୁଷ୍ଠିତ ଏହି ଯାତ୍ରାରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡଙ୍କ ନେତୃତ୍ୱରେ ପଦ୍ମଲୋଚନ ମିଶ୍ର, ପ୍ରତାପ ରଣା, ସଙ୍କିର୍ତ୍ତନ ପାଲ୍, ଲଳିତ କୁମାର ମହାଳିକ, କୁବେର ବୁଡେକ, ରାଜୁ ମାଝୀ, କିଶୋର ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଜନ ପ୍ରତିନିଧି, ସମାଜସେବୀ, ବରିଷ୍ଠ ନାଗରିକ, ଏସ୍‌ଏଚ୍‌ଜି ସଦସ୍ୟା, ଅଙ୍ଗନୱାଡ଼ି କର୍ମୀମାନେ ସାମିଲ ହୋଇ ସରସ୍ୱତୀ ଶିଶୁ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଦୁର୍ନୀତି, ଭ୍ରଷ୍ଟାଚାର ମୁକ୍ତ ଏବଂ ବିକଶିତ କଳାହାଣ୍ଡି ଗଠନ ପାଇଁ ଆହ୍ୱାନ ଦେବାସହ ତତ ସମ୍ପର୍କିତ ପ୍ଲାକାଡ଼ ଧରିଥିବା ଦେଖିବାକୁ ମିଳିଥିଲା । ଏହି କ୍ରାନ୍ତି ଯାତ୍ରା ଜରିଆରେ ଜିଲ୍ଲାର ସମସ୍ତ ବ୍ଲକରେ ଜନସାଧାରଣଙ୍କୁ ସେମାନଙ୍କ ସାମ୍ବଧନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଯିବ ବୋଲି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତିମୁଣ୍ଡ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.